Preloader Close

ସନ୍ଦର୍ଭ ସର୍ତ୍ତାବଳୀ

ସନ୍ଦର୍ଭ ସର୍ତ୍ତାବଳୀ

ନିମ୍ନଲିଖିତ ବିଷୟଗୁଡିକ ସମ୍ପର୍କରେ କମିଶନ ସୁପାରିଶ କରିବେ:-

  1. ସମ୍ବିଧାନର ଭାଗ-IX ଓ ଭାଗ- IX (କ) ଅନୁଯାୟୀ ରାଜ୍ୟ ଦ୍ଵାରା ବସାଯାଉଥିବା କର, ଶୁଳ୍କ, ଟୋଲ, ଓ ଫିସର ନିଟ ଆୟକୁ ରାଜ୍ୟ, ପଞ୍ଚାୟତିରାଜ ଅନୁଷ୍ଠାନ ଓ ପୌରପାଳିକାଗୁଡିକ ମଧ୍ୟରେ ବଣ୍ଟନ ଯାହାକି ସମ୍ବିଧାନର ଭାଗ- IX ଓ ଭାଗ- IX (କ) ଅନୁଯାୟୀ ସେମାନଙ୍କ ମଧ୍ୟରେ ବଣ୍ଟାଯିବ ଏବଂ ସବୁସ୍ତରର ପଞ୍ଚାୟତ ଓ ପୌରପାଳିକାଗୁଡିକ ମଧ୍ୟରେ ଉକ୍ତ ଆୟର ସ୍ଵ ସ୍ଵ ଭାଗର ଆବଣ୍ଟନର ନୀତି ନିର୍ଦ୍ଧାରଣ;
  2. ଯେଉଁ କର, ଶୁଳ୍କ, ଟୋଲ ଓ ଫିସ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ବା ପୌରପାଳିକା ଗୁଡିକୁ ପ୍ରଦାନ କରାଯାଇପାରିବ ବା ସେମାନଙ୍କ ଦ୍ଵାରା ସମାୟୋଜିତ ହୋଇପାରିବ, ତାହାକୁ ନିର୍ଦ୍ଧାରଣ କରିବାର ନୀତି;
  3. ରାଜ୍ୟର ଏକତ୍ରୀକୃତ ନିଧିରୁ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ବା ଯଥାସ୍ଥିତି ପୌରପାଳିକାଗୁଡିଙ୍କୁ ସହାୟକ ଅନୁଦାନ (ଗ୍ରାଣ୍ଟ-ଇନ-ଏଡ) ମଞ୍ଜୁର କରାଯିବାର ନୀତି;
  4. ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଓ ପୌରପାଳିକାଗୁଡ଼ିଙ୍କର ଆର୍ଥିକ ସ୍ଥିତିକୁ ଅଧିକ ଉନ୍ନତ କରାଯିବ ପାଇଁ ଆବଶ୍ୟକୀୟ ପଦକ୍ଷେପ;
  5. ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଓ ପୌରପାଳିକାଗୁଡ଼ିଙ୍କର ଆର୍ଥିକ ସ୍ଥିତିକୁ ଅଧିକ ସୁଦୃଢ କରିବା ନିମନ୍ତେ ରାଜ୍ୟପାଳ କମିଶନକୁ ଅନ୍ୟ ଯେଉଁ ବିଷୟ ସୂଚିତ କରିପାରନ୍ତି, ସେସବୁ ବିଷୟ ।